Report Card Odisha

| Daily Odia News

ଅନୀଲ ଦେଶମୁଖଙ୍କୁ ପୁଣି ସମନ୍ ଜାରି କଲା ଇଡ଼ି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୁଲାଇ ୫ ରେ ହାଜର ହେବାକୁ ମହାରାଷ୍ଟ୍ରର ପୂର୍ବର୍ତ୍ତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପୁଣି ସମନ୍ ଜାରି କରିଛି ଇଡ଼ି । ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହାପରେ ଏହି ମାମଲାର ଯାଞ୍ଚ ପାଇଁ ପୂର୍ବରୁ ଦୁଇ ଦୁଇ ଥର ଅନୀଲ ଦେଶମୁଖଙ୍କୁ ଇଡ଼ି ପକ୍ଷରୁ ସମନ୍ ଜାରି କରାଯାଇଥିଲେ ସୁଦ୍ଧା ସେ ହାଜର ହୋଇ ନଥିଲେ । ଯାହାପରେ ପୁଣି ତାଙ୍କୁ ଜୁଲାଇ ୫ରେ ହାଜର ହେବା ସମନ୍ ଜାରି କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ |

Breaking News