Report Card Odisha

| Daily Odia News

ଅପରାହ୍ନରେ ଗ୍ଲୋବାଲ କନ୍‌କ୍ଲେଭକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଅପରାହ୍ନ ୩ଟାରେ କୋଓ୍ୱିନ ଗ୍ଲୋବାଲ କନ୍‌କ୍ଲେଭକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଅନ୍ୟ ଦେଶମାନଙ୍କୁ କରୋନା ଟୀକାକରଣ ଅଭିଯାନ ଚଳାଇବା ପାଇଁ ଡିଜିଟାଲ ଜନସେବା ଭାବରେ କୋଓ୍ୱିନ ପ୍ଲାଟଫର୍ମ ପ୍ରଦାନ କରିବ । କରୋନା ଭାଇରସ ମହାମାରୀ ସମୟରେ କୋୱିନ ପୋର୍ଟାଲ ଲୋକଙ୍କ କାମରେ କିପରି ଆସୁଛି, ସେନେଇ ଭାରତ ସରକାର ଅନ୍ୟ ଦେଶକୁ ବୁଝାଇବେ । କୋଭିଡ ଟିକାକରଣ ପାଇଁ ଭାରତ ସରକାର କୋୱିନ ପୋର୍ଟାଲ ଆରମ୍ଭ କରିଛନ୍ତି । କୋଭିଡ-୧୯ ଟିକା ନେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ହିତାଧିକାରୀ ନାମ ପଂଜୀକରଣ କରୁଛନ୍ତି । ୨୦୨୧ ଜାନୁଆରୀ ୨୧ରେ ଏହି ଆପ୍ଲିକେସନର ଶୁଭାରମ୍ଭ ହୋଇଥିଲା । ଏହି ସମୟରେ ଭାରତ ଟିକାକରଣ ଆରମ୍ଭ କରିବାର ପ୍ରାଥମିକ ଅବସ୍ଥା ଥିଲା ।କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ ୫୦ଟି ଦେଶ ଟୀକାକରଣ ଅଭିଯାନ ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଓ୍ୱିନ ଆପକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସୂଚନା ନିକଟରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ସିଇଓ ଡକ୍ଟର ଆର.ଏସ୍ ଶର୍ମା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ସଫ୍ଟୱେୟାର ମାଗଣାରେ ସେୟାର କରିବାକୁ ଭାରତ ପ୍ରସ୍ତୁତ ଅଛି । ଡିଜିଟାଲ ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉଦଘାଟନ କରିବେ। ବୈଦେଶିକ ସଚିବ ଏଚ୍ ଶ୍ରୀଲା, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଶର୍ମା ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ସମ୍ମିଳନୀରେ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ପ୍ରତିନିଧିତ୍ୱ କରାଯିବ ବୋଲି NHA ଏହାର ୱେବସାଇଟରେ ଏକ ବିବୃତ୍ତି ଜାରି କରିଛି ।

Breaking News