Report Card Odisha

| Daily Odia News

କଂଗ୍ରେସରୁ ସମ୍ପର୍କ କାଟି ଟିଏମସିରେ ସାମିଲ ହେଲେ ର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ….

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ରାଜନୀତିରେ ଜାରିରହିଛି ମିଶ୍ରଣ ପର୍ବର ଉତ୍ସବ | କଂଗ୍ରେସରୁ ସମ୍ପର୍କ ଛିନ୍ନକରି ଟିଏମସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜି | ଦିବଂଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ଟାଣୁଆ ତଥା ବରିଷ୍ଠ ନେତା ଥିଲେ। ସେ ସବୁବେଳେ କଂଗ୍ରେସରେ ରହି ରାଜନୀତି କରୁଥିଲ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସ ତ୍ୟାଗ କରି ଟିଏମସିରେ ଯୋଗଦେଇଛନ୍ତି। ଅଭିଜିତଙ୍କ ପାଇଁ କୋଲକାତାରେ ଟିଏମସି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଟିଏମସିରେ ସାମିଲ ହୋଇଛନ୍ତି। କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭାକୁ ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଟିଏମସି ତାହାର ଶକ୍ତି ପ୍ରଦର୍ଶନ ପରେ ଏବେ ବିଭିନ୍ନ ନେତା ଦଳପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।

Breaking News