ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦିନକୁ ଦିନ ତୈଳଦର ବୃଦ୍ଧି ପାଉଛି | ଯାହା ଦ୍ୱାରା ଲୋକଙ୍କୁ ପାକେଟ ଉପରେ ମାଡ଼ ହେଉଛି | ତୈଳ ଦରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ | ଆସନ୍ତା ୭ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ପର୍ଯ୍ୟାୟକ୍ରମେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୭ରେ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲାସ୍ତରରେ ଧାରଣା ଦେବେ । ପରେ ୧୪ ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଆଜି ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେନ୍ଦ୍ର ସରକାର କରୋନା ବେଳେ ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ଭାର ଲଦିଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଦର ବି ବଢ଼ିଛି । ତେଣୁ ଆସନ୍ତା ୧୫ରେ ସାଧାରଣ ଲୋକଙ୍କୁ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ କଂଗ୍ରେସ ନିବେଦନ କରିବ ବୋଲି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ ଅଭିଯାନ କଂଗ୍ରେସ କରିବ କଂଗ୍ରେସ ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..