ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରତି ଦିନ ଆସୁଥିବା କୋଭିଡ୍ ମୃତ୍ୟୁସଂଖ୍ୟା ରିୟଲ ଟାଇମ୍ ନୁହେଁ । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେଇ ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ ମୃତ୍ୟୁସଂଖ୍ୟା ଘୋଷଣା କରାଯାଉଛି । ସରକାର ମୃତ୍ୟୁସଂଖ୍ୟା ଲୁଚେଇ ନାହାଁନ୍ତି | କୋଭିଡ୍ ମୃତ୍ୟୁକୁ ନେଇ ମଙ୍ଗଳବାର ଡିଏମଇଟି ସିବିକେ ମହାନ୍ତି ସ୍ପଷ୍ଟୀକରଣ କରିଛନ୍ତି। ପୂର୍ବରୁ କୋଭିଡ୍, ନନ୍ କୋଭିଡ୍ ମୃତ୍ୟୁକୁ ନେଇ ସଂଶୟ ସୃଷ୍ଟି ହୋଇଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ୍ କରାଯାଇଛି । କରୋନା ପିକ୍ ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ୍ କରାଯାଇ ତଥ୍ୟ ଆସୁଛି । କଟକ, ଭୁବନେଶ୍ବରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି। କିନ୍ତୁ ଏବେ ବି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ । ସ୍ବତନ୍ତ୍ର ଫୋକସ୍ କରାଯାଇଛି । ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢାଯାଇଛିବୋଲି ଡ଼ିଏମଇଟି କହିଛନ୍ତି । ଉଲ୍ଲେଖ ଯୋଗ୍ୟ- ରାଜ୍ୟରେ କରୋନାଜନିତ ମୃତ୍ୟୁର ଅଡିଟ୍ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ କୋଭିଡ୍ ମୃତ୍ୟୁ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରି ନ ଥିଲେ। ଏଥିରେ ହାଇକୋର୍ଟ ଅସନ୍ତାଷ ପ୍ରକାଶ କରିବା ସହ ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।
Discussion about this post