ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମଙ୍ଗଳବାରଠାରୁ ୪୩ଟି ମାର୍ଗରେ ବସ୍ ଚଳାଚଳ ଆରମ୍ଭ ବୋଲି ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବସ୍ରେ ଯାତ୍ରା ସମୟରେ ତୁଣ୍ଡି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଷ୍ଟ୍ରାୟତ୍ତ ନିଗମର ୧୬ଟି ସ୍ଥାନ (ଡିପୋ)ରୁ ବର୍ଗ-ଅ ଜିଲ୍ଲାଗୁଡିକରେ ବସିବା କ୍ଷମତା ସହିତ ବସ୍ ଚଳାଚଳ କରିବ। କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାପାଇଁ ଅନୁମତି ଦିଆଯିବନାହିଁ। ବିଭାଗ ଦ୍ବାରା ବସ୍ଗୁଡ଼ିକ ବିଶୋଧନ କରାଯିବ। ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ବସ୍ରେ ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..