ରିପୋର୍ଟ କାର୍ଡ / ରାଞ୍ଚି
ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହୋଇଛି। ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ମେ ୨୦୧୫ ମସିହାରେ ଯୋଗ ଦେଇଥିଲେ। ଛଅ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କର କାର୍ଯ୍ୟକାଳ ସରିଯାଇଥିବାରୁ ଆଜି ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ତ୍ରିପୁରୀ ରାଜ୍ୟପାଳ ରମେଶ ବାଏସଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଛି। ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଓଡିଶା ଫେରିଆସିବା ପାଇଁ ପ୍ରସ୍ତୁତି ହେଉଛନ୍ତି। ଓଡିଶା ଆସିବା ପରେ ସେ ପରବର୍ତ୍ତି ପଦକ୍ଷେପ ଉପରେ କିଛି ନିଷ୍ପତି ନେବେ ବୋଲି ଜଣାପଡିଛି।






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..