Report Card Odisha

| Daily Odia News

ପେଟ୍ରୋଲ ଡିଜେର ଦର ବୃଦ୍ଧିକୁ ନେଇ ଆଜିଠାରୁ କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ । ୯ ତାରିଖରେ ଜିଲ୍ଲା ସ୍ତରରେ ଧାରଣା, ୧୪ ତାରିଖରେ ଭୁବନେଶ୍ୱରରେ କରାଯିବ ବିକ୍ଷୋଭ । ଆଗରୁ ଏହି ସୂଚନା ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଅଭିଯୋଗ କରିଥିଲେ, କରୋନା ବେଳେ କେନ୍ଦ୍ର ସରକାର ଲୋକଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଆର୍ଥିକ ବୋଝ ଲଦୁଛନ୍ତି । ପେଟ୍ରୋଲ, ଡିଜେଲ ବଢ଼ିବା ଯୋଗୁଁ ନିତିଦିନିଆ ସାମଗ୍ରୀ ଦର ବଢୁଛି । ତେଣୁ ଆସନ୍ତା ୧୫ରେ ଦିନିକିଆ ପେଟ୍ରୋଲ, ଡିଜେଲ୍ ବର୍ଜନ କରିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ୧୭ରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

Breaking News