ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବରଗଡ ଜିଲ୍ଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୬ ଜଣ ରହିଛନ୍ତି । ଅନୁରୂପ ଭାବରେ କଟକ ଜିଲାରୁ ୨, ଢେଙ୍କାନାଳ ଜିଲାରୁ ୫, ଗଞ୍ଜାମରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରାଣ ହରାଇଥିବାବେଳେ ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡାରେ ୩ ଜଣ କରୋନା ସଂକ୍ରମିତଙ୍କର ଜୀବନ ହାନି ଘଟିଛି । କୋରାପୁଟରେ ଜଣେ, ମୟୁରଭଞ୍ଜରେ ୨ ଜଣ, ନବରଙ୍ଗପୁର ଜିଲାରେ ୩, ନୟାଗଡ ଜିଲାରେ ୪, ପୁରୀ ଜିଲାରେ ୫ ଜଣଙ୍କର ଜୀବନ ନେଇଛି କରୋନା । ସେହିଭଳି ରାୟଗଡା ଜିଲାରେ ୪ ଜଣ ଓ ସୁନ୍ଦରଗଡ ଜିଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..