Report Card Odisha

| Daily Odia News

କରୋନାର ତୃତୀୟ ଲହର ଅଗଷ୍ଟରେ ଆସିବା ନେଇ ଚେତାବନୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେଧୀରେ କମିଥିବା ବେଳେ କରୋନାର ତୃତୀୟ ଲହର ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରିସ୍ଥଳେ ତୃତୀୟ ଲହର ନେଇ ଷ୍ଟେଟ୍‌ ବ୍ୟଙ୍କ ଅପ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଚେତାବନୀ ଦିଆଯାଇଛି। ଅଗଷ୍ଟରେ ତୃତୀୟ ଲହର ଆସିବ। ସେହିପରି ସେପ୍ଟେମ୍ବର ଏହା ଶୀର୍ଷରେ ପହଞ୍ଚିବ। ଏସମ୍ପର୍କରେ ‘କୋଭିଡ୍‌-୧୯: ଦ ରେସ୍‌ ଟୁ ଫିନିସିଙ୍ଗ୍‌ ଲାଇନ୍‌’ ଶୀର୍ଷକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନ ନ କଲେ ତୃତୀୟ ଲହର ଶୀର୍ଷରେ ପହଞ୍ଚିବ। ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତୃତୀୟ ଲହର ଭୟଙ୍କର ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Breaking News