ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେଧୀରେ କମିଥିବା ବେଳେ କରୋନାର ତୃତୀୟ ଲହର ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରିସ୍ଥଳେ ତୃତୀୟ ଲହର ନେଇ ଷ୍ଟେଟ୍ ବ୍ୟଙ୍କ ଅପ୍ ଇଣ୍ଡିଆ(ଏସ୍ବିଆଇ) ପକ୍ଷରୁ ଚେତାବନୀ ଦିଆଯାଇଛି। ଅଗଷ୍ଟରେ ତୃତୀୟ ଲହର ଆସିବ। ସେହିପରି ସେପ୍ଟେମ୍ବର ଏହା ଶୀର୍ଷରେ ପହଞ୍ଚିବ। ଏସମ୍ପର୍କରେ ‘କୋଭିଡ୍-୧୯: ଦ ରେସ୍ ଟୁ ଫିନିସିଙ୍ଗ୍ ଲାଇନ୍’ ଶୀର୍ଷକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନ ନ କଲେ ତୃତୀୟ ଲହର ଶୀର୍ଷରେ ପହଞ୍ଚିବ। ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତୃତୀୟ ଲହର ଭୟଙ୍କର ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..