ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ତିନି ଦିନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥ ନିର୍ମାଣଠାରୁ ଆରମ୍ଭ କରି ପ୍ରଶାସନିକ ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି । କେମିତି ଚାଲିଛି ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରଥ ନର୍ମାଣଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଯାଏ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ, ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ । ବିନା ଭକ୍ତରେ ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପ୍ରସ୍ତୁତି ବି ସେହି ହିସାବରେ ଚାଲିଛି । ରଥଯାତ୍ରୀରେ ନିୟୋଜିତ ହେବାକୁ ଥିବା ସେବାୟତ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୋଲିସ ଅଧିକାରୀ ଓ କୋଭିଡ୍ କର୍ମଚାରୀଙ୍କର ଆଜିଠାରୁ କୋଭିଡ୍ ଟେଷ୍ଟ ବି କରାଯାଉଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ରଥଯାତ୍ରାରେ ସାମିଲ ହୋଇପାରିବେ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ପୁରୀର କୌଣସି ହୋଟେଲ୍, ଲଜିଂ କି ଧର୍ମଶାଳାରେ ବାହାର ଲୋକଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ । ଏପରିକି ଘର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….