ରିପୋର୍ଟ କାର୍ଡ / ଭୁବନେଶ୍ୱର
କମିଶନରେଟ ପୋଲିସକୁ ମିଳିଛି ଏକ ବଡ଼ ସଫଳତା | ସାଇବର ଠକେଇର ପର୍ଦ୍ଦାଫାସ୍ କଲା କମିଶନରେଟ ପୋଲିସ । ଠକେଇ ହୋଇଥିବା ୩୯ ଲକ୍ଷରୁ ୨୫ ଲକ୍ଷ ଫେରିବାରେ ସଫଳ ହୋଇଥିବା ସଂପର୍କରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି । ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଠକେଇ ହୋଇଥିଲା । ଜମିରେ ମୋବାଇଲ ଟାୱାର ବସାଇବାକୁ କହି ଲୋଭ ଦେଖାଯାଇଥିଲା । ଲୋଭନୀୟ ଅଫର ଦେଖାଇ ୩୯ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଜଗତପୁର ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଟିମ୍ ତଦନ୍ତ କରି ଠକେଇର ମୂଳ ଚେର କୋଲକାତାରେ ଠାବ କରିଥିଲେ । ଅଭୟ ତିୱାରୀ ନାମକ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଥିଲା । ଓଡ଼ିଶା ପୋଲିସ ତଦନ୍ତ କରି ଦୁଇ ସହଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ଟଙ୍କା ଉଦ୍ଧାର କରାଯାଇଛି । ମୋଟ ୨୫ ଲକ୍ଷ ୭୦ ହଜାର ୩ଶହ ଟଙ୍କା ଉଦ୍ଧାର ହୋଇଛି କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଉଦ୍ଧାର ଟଙ୍କାକୁ ଠକେଇର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠା ଯାଇଛି । ଆବଶ୍ୟକ ହେଲେ ଅଭୟ ତିୱାରୀକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କମିଶନର । ସେପଟେ ସାଇବର ଲୁଟେରାଙ୍କ କବଳରୁ ନିଜକୁ ରକ୍ଷା କରିବାକୁ କମିଶନରେଟ ପୋଲିସର ପରାମର୍ଶ । ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟ୍ୱିଟରରେ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେଓ୍ୱାଇସି ଯାଞ୍ଚ ପାଇଁ କୌଣସି ଲିଙ୍କ୍ ବା ଇମେଲ ଲିଙ୍କ୍ ଖୋଲନ୍ତୁ ନାହିଁ । ଏପରି ସନ୍ଦିଗ୍ଧ ଲିଙ୍କ୍କୁ କ୍ଲିକ୍ କରନ୍ତୁ ନାହିଁ । ଏଭଳି ନକଲି କେଓ୍ୱାଇସି ଲିଙ୍କ୍ ଲୋକଙ୍କୁ ଲୁଟ୍ କରୁଛନ୍ତି ଦୁର୍ବୃତ୍ତମାନେ । ଲୁଟେରାମାନେ କେଓ୍ୱାଇସି ଯାଞ୍ଚ ନାଁରେ ଲୋକଙ୍କୁ ବିଭିନ୍ନ ଲିଙ୍କ୍ ପଠାଉଛନ୍ତି । ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ରହିଛି । କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ପହଞ୍ଚିବାର ସମ୍ଭାବନା ରହିଛି । ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି ।
More Stories
ଆସୁଛି ଲଘୁଚାପ !ପ୍ରବଳ ବର୍ଷା ସମ୍ଭାବନା…..
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……