ରିପୋର୍ଟ କାର୍ଡ / ପୁରୀ
ଆଜି ହେଉଛି ମହାପ୍ରଭୁଙ୍କ ନବଯୌବନ ବେଶ । ଆଉ ୨ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ସ୍ନାନ ପୂର୍ଣ୍ଣିମାରେ ଦାରୁବ୍ରହ୍ମ ୧୦୮ ଗରା ଜଳରେ ସ୍ନାନ କରି ୧୫ ଦିନ ଅଣସର ଘରେ ଜ୍ୱରରେ ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ | ଅଣସର ଘରେ ଗୁପ୍ତସେବା ପରେ ନବଯୌବନ ବେଶରେ ଆଜି ମହାପ୍ରଭୁଙ୍କ ଦର୍ଶନ ଦେଉଛନ୍ତି । ମାତ୍ର ଚଳିତ ବର୍ଷ କରୋନା କଟକଣା କାରଣରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ତିନିରଥରେ ଦ୍ୱାରବେଢାରେ ସେବାୟତ ମାନେ କପଡା ଲଗାଇବା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହାସହ ରଥଯାତ୍ରା ପାଇଁ ପୁରୀରେ କର୍ଫ୍ୟୁ ହେବ। ୧୧ ତାରିଖ ରାତି ୮ଟାରୁ ସହରରେ କର୍ଫ୍ୟୁ ଜାରି ରହିବ। ରଥଯାତ୍ରା ପାଇଁ ଜିଲାପ୍ରଶାସନ ପକ୍ଷରୁ କଟକଣା ଏଭଳି ନିଷ୍ପତ୍ତି ନିଆଯାଇଛି। ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..