Report Card Odisha

| Daily Odia News

କାରଖାନାରେ ଅଗ୍ନିକାଣ୍ଡ ୪୦ରୁ ଅଧିକ ମୃତ,୩୦ ରୁ ଅଧିକ ଗୁରୁତର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଆଜି ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଶ୍ରମିକ ଜୀବନ ବିକଳରେ ଉପର ମହଲରୁ ତଳକୁ ଡେଇଁ ପଡ଼ିଥିଲେ। ଏବେ ବି ଅନେକ ଲୋକ ନିଖୋଜ ଥିବା କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଏହି ଘଟଣା ବିଷୟରେ ଜଣାଇଛନ୍ତି। ନାରାୟଣଗଞ୍ଜର ରୁପଗଞ୍ଜ ଅଞ୍ଚଳରେ ସ୍ଥିତ ଏକ କଳକାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Breaking News