Report Card Odisha

| Daily Odia News

ନୂଆ ମନ୍ତ୍ରୀମାନଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କ୍ୟାବିନେଟ୍ ସଂପ୍ରସାରଣ ପରେ ନୂଆ ମନ୍ତ୍ରୀମାନଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି କି ଯେଉଁମାନେ ମନ୍ତ୍ରିମଣ୍ଡଳରେ ନାହାନ୍ତି ବା ଯେଉଁମାନେ ପୂର୍ବରୁ ମନ୍ତ୍ରୀ ରହିଛନ୍ତି ସେମାନଙ୍କୁ ଭେଟି ସେମାନଙ୍କ ଠାରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଛନ୍ତି ମୋଦି । ଯେଉଁମାନେ ଏବେ ସରକାରରେ ନାହାନ୍ତି ସେମାନେ ମଧ୍ୟ ଦେଶ ଚଳାଇବାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେମାନଙ୍କ ଠାରୁ ନୂଆ ମନ୍ତ୍ରୀମାନେ ଶିଖିବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ମନ୍ତ୍ରୀମାନେ ସେମାନଙ୍କ କାମକୁ ଗୁରୁତ୍ୱର ସହ କରିବା ଉଚିତ ମିଡିଆରେ ଚର୍ଚ୍ଚିତ ହେବା ପାଇଁ ନିଶା ରଖିବା ଉଚିତ ନୁହେଁ । ଏଥିସହ ଅନାବଶ୍ୟକ ବୟାନ ବାଜିରୁ ଦୂରେଇ ରହିବା ଆବଶ୍ୟକ ବୋଲି ନୂଆ ମନ୍ତ୍ରୀମାନଙ୍କୁ ଟିପ୍ସ ଦେଇଛନ୍ତି ମୋଦି। ଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ସହ ନିଜ ନିଜ ବିଭାଗର କାମରେ ନିଜର ଶକ୍ତି ବିନିଯୋଗ କରିବା ଉଚିତ। ଯେଉଁମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ, ସେମାନଙ୍କ ଉପରେ ମନ୍ତ୍ରୀମାନଙ୍କର ଧ୍ୟାନ ରହିବା ଜରୁରୀ ବୋଲି ମୋଦି କହିଛନ୍ତି। ଅନ୍ୟପକ୍ଷେ ଲୋକେ କୋଭିଡ୍ ନିୟମର ଅନୁପାଳନ ନ କରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହାକୁ ବରଦାସ୍ତ କରାଯିବି ବୋଲି ସେ କହିଛନ୍ତି। ଛୋଟିଆ ଭୁଲ୍ କୋଭିଡ୍ ବିରୋଧରେ ଲଢ଼େଇ ଦୁର୍ବଳ କରିଦେବ ବୋଲି ମୋଦି କହିଛନ୍ତି । ତେବେ ଲୋକଙ୍କୁ ଡରାଇଲେ ହେବ ନାହିଁ, ବରଂ କୋଭିଡ୍ ନିୟମ ଅନୁପାଳନ ପାଇଁ ସେମାନଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

 

Breaking News