Report Card Odisha

| Daily Odia News

ମେଡିକାଲ୍‌ ଛାତରୁ ଡେଇଁଲେ ଯୁବତୀ…..

ରିପୋର୍ଟ କାର୍ଡ / ରାୟଗଡା

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବତୀ ସଦର ଥାନା ତୁମ୍ବିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୭ ତାରିଖରେ ଅସୁସ୍ଥତା ଯୋଗୁ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଜ୍ୱର ଓ ପାଟିରେ ଘା’ ହୋଇଥିବା ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ଟା ସମୟରେ ପରିସ୍ରା ଯିବା ବାହାନାରେ ସେ ବାଥରୁମ୍‌ ଯାଇଥିଲେ ଓ ବାଥରୁମ୍‌ ଝରକାରୁ ସେ ତଳକୁ ଡେଇଁ ପଡ଼ିଥିଲେ। କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Breaking News