ରିପୋର୍ଟ କାର୍ଡ / ବାଲିକୁଦା
ମା ପାଇଁ ପୁଅ ବଡ ହେଲାନି ବାଇ କଲା ପ୍ରେମ | ୮ ବର୍ଷର ପୁଅକୁ ଛାଡ଼ି ଡ୍ରାଇଭର ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ଜଣେ ମହିଳା । ଲାଟ୍ରିନ ଯିବା ବାହାନାରେ କରି ଫେରାର ହୋଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି। ସୂଚନା ମୁତାବିକ, ବାଲିକୁଦା ଥାନା ଅଞ୍ଚଳର ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ୧୨ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କର ୮ ବର୍ଷର ଏକ ପୁତ୍ର ସନ୍ତାନ ଅଛି । ତଥାପି ଏହି ମହିଳା ଜଣକ ତାଙ୍କ ପ୍ରେମିକ ସହିତ ଲାଟ୍ରିନ ଯିବା ବାହାନାରେ ଘରୁ ଚାଲି ଯାଇଥିବା ତାଙ୍କ ସ୍ୱାମୀ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ମହିଳା ଜଣକ ଘରୁ ଯିବା ବେଳେ ତାଙ୍କ ପାଖରେ ଥିବା ୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି।






More Stories
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ…..
ସ୍ୱଚ୍ଛତାରେ ଓଡ଼ିଶାକୁ ଜାତୀୟ ସମ୍ମାନ……
ରାମ୍ପ୍ ଦର୍ଶନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…..