ରିପୋର୍ଟ କାର୍ଡ / ବୌଦ୍ଧ
ଆଜି ବୌଦ୍ଧ-କନ୍ଧମାଳ ସୀମା ଉମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଚାଲିଥିବା ନେଇ ଆଇଜି (ଅପରେସନ୍) ଅମିତାଭ ଠାକୁର ସୂଚନା ଦେଇଛନ୍ତି। ଏହି ଗୁଳିବିନିମୟ ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ନକ୍ସଲଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇ ଗତକାଲି ଠାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ସେମାନେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା। ଖବର ଲେଖାଯିବା ସୁଦ୍ଧା ଗୁଳିବିନିମୟ ଚାଲିଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ଦେହରେ ଗୁଳି ବାଜିଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନିଜେ ଡିଜିପି ଅଭୟ ସେମାନଙ୍କୁ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ୱର ଆଣୁଛନ୍ତି। ଡିଜିପି ହେଲିକପ୍ଟରରେ କୋରାପୁଟ ଗସ୍ତରେ ଯାଇଥିଲେ। କିନ୍ତୁ ଦୁଇ ଯବାନ ତୁରନ୍ତ ଉତ୍ତମ ଚିକିତ୍ସା ଆବଶ୍ୟକ କରୁଥିବା ଶୁଣି ସେ ସେଠାରୁ ଫେରି ସେମାନଙ୍କୁ ଏୟାର ଲିଫ୍ଟ କରିଥିଲେ।
Discussion about this post