Report Card Odisha

| Daily Odia News

ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଫାଇନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶବ୍ଦ ପ୍ରଦୂଷଣ କଲେ ଦେବାକୁ ପଡିବ ଫାଇନ୍‌। ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ | ଏନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂତନ ଜରିମାନା ଅନୁଯାୟୀ ଶବ୍ଦ ପ୍ରଦୂଷଣ ହେତୁ ଲୋକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ପରେ ଯେକୌଣସି ବ୍ୟକ୍ତିବିଶେଷ ବାଣ ଫୁଟାଇଲେ ୧୦୦୦ ଟଙ୍କା ଫାଇନ୍‌ ଦେବେ। ଏବଂ ନିରବ ସ୍ଥାନରେ ବାଣ ଫୁଟାଇଲେ ୩୦୦୦ ଟଙ୍କା ଫାଇନ୍‌ ଭରିବେ। ଯଦି କୌଣସି ରାଲି, ବିବାହ କିମ୍ବା ଧାର୍ମିକ ମହୋତ୍ସବରେ ବାଣ ଫୁଟାଇବା ନିୟମ ଉଲ୍ଲଂଘନ କରାଯାଏ, ତେବେ ଏହି କାର୍ଯ୍ୟକ୍ରମର ଆୟୋଜକ ଆବାସିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ୧୦,୦୦୦ ଟଙ୍କା ଏବଂ ଖାଲି ସ୍ଥାନ‌ରେ ୨୦,୦୦୦ ଟଙ୍କା ଦେବାକୁ ପଡିବ। ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ହେଲେ ଜରିମାନା ପରିମାଣ ୨ ଗୁଣା ବଢିଯିବ। ଅର୍ଥାତ୍‌ ୪୦,୦୦୦ ଟଙ୍କାକୁ ଦେବାକୁ ପଡ଼ିବ। ଯଦି ଦୁଇଥରରୁ ଅଧିକ ନିୟମ ଉଲ୍ଲଂଘନ କରାଯାଏ, ତେବେ ସଂଶୋଧିତ ନିୟମ ଅନୁଯାୟୀ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସେହି ଅଞ୍ଚଳକୁ ସିଲ୍ କରାଯିବ।

Breaking News