Report Card Odisha

| Daily Odia News

ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ, ଆଜି ରାତି ୮ରୁ ପୁରୀରେ କର୍ଫ୍ୟୁ ଲାଗୁ…..

ରିପୋର୍ଟ କାର୍ଡ / ପୁରୀ

ରାତି ପାହିଲେ  ମହାପ୍ରଭୁଙ୍କ ଘୋଷଯାତ୍ରା । ଚଳିତଥର ମଧ୍ୟ ପୂର୍ବଥରପରିର ଭକ୍ତ ଶୂନ୍ୟ ରଥଯାତ୍ରା ହେବ | ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞା ମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମ୍ନାରେ ଲାଗିଛନ୍ତି । ଏବେ ଦର୍ପଦଳମ, ତାଳଓ୍ୱଜ ଓ ନନ୍ଦିଘୋଷ ମହାପ୍ରଭୁଙ୍କ ଆଗମନ ଅପେକ୍ଷାରେ ଅଛନ୍ତି । ଆଜି ସକାଳେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାରେ ପହଞ୍ଚିଥିଲା । ତିନିବାଡ଼ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଇଥିଲେ । ଏହାପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି କରୋନା କଟକଣା ଅନୁଯାୟୀ ସୁରୁଖୁରେ ରଥଯାତ୍ରା କରାଯିବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି | ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ୧୦ ଜଣ ଅତିରିକ୍ତ ଏସପି,୨୧ ଜଣ ଡିଏସପି,୬୪ ଜଣ ଇନସପେକ୍ଟର,୨୨୨ ଏଏସଆଇ ଏବଂ ଏସଆଇଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଆଜି ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ। ବଡ ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ମଧ୍ୟ ଖାଲି କରାଯାଇଛି। ବଡଦାଣ୍ଡରେ ଥିବା ଘରର ଲୋକେ ମଧ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଗାଇଡଲାଇନ ଜାରି କରାଯାଇଛି।

 

Breaking News