ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ପରେ ରବିବାର ଫେରିଯାଇଛି କେନ୍ଦ୍ରୀୟ ଟିମ୍ । ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି କେନ୍ଦ୍ରୀୟ ଟିମ୍ । ସୂଚନା ଅନୁସାରେ- ଗତ ୫ତାରିଖରେ ରାଜ୍ୟରେ କରୋନା ପରିସ୍ଥିତିର ଅନୁଧ୍ୟାନ ପାଇଁ ଓଡିଶା ଆସିଥିଲେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ହୋଇଥିଲେ ଦୁଇ ଜଣ ସଦସ୍ୟ । ତେବେ ଓଡିଶା ଗସ୍ତ ଅବସରରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତଥ୍ଯ ସମ୍ବଳିତ ରିପୋର୍ଟ ପ୍ରଦାନ କରିଛି ଟିମ୍ । ରିପୋର୍ଟରେ କରୋନା ସ୍ଥିତିର ଉନ୍ନତି ଆଣିବା ପାଇଁ କିଛି ପରାମର୍ଶ ମଧ୍ଯ ଦିଆଯାଇଛି । ଶୁକ୍ରବାର ଟିମ୍ ଗସ୍ତ ଶେଷ କରିଥିବା ସୂଚନା ରହିଛି । ଏହି ୨ ଜଣିଆ ଟିମରେ ଏଆଇଆଇପିଏଚ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ହାଇଜିନ୍ ଆଣ୍ଡ ପବ୍ଲିକ ହେଲଥ)ର ବିଶେଷଜ୍ଞ ତଥା ଭୁବନେଶ୍ଵର ଏମ୍ସର ପ୍ରଫେସର ଥିଲେ ସାମିଲ । ଗସ୍ତ ଅବସରରେ ଟିମ୍ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମଧ୍ଯ ଆଲୋଚନା କରିଥିଲେ ।






More Stories
ସିଏମ୍ଓରୁ ଫାଇଲ ହଜିବା ଘଟଣା:ଦୁଇ ଆଇଏଏସ୍ ଅଧିକାରୀଙ୍କୁ ପୋଲିସର ସମନ୍…..
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା;ଭକ୍ତ ଭଗବାନଙ୍କର ହେବ ମିଳନ…
୪ ଦିନ ପ୍ରବଳ ବର୍ଷୀବ…..