Report Card Odisha

| Daily Odia News

ରାଜ୍ୟରେ ହ୍ରାସପାଉଛି କରୋନା ସଂକ୍ରମଣ,୧୯୩୦ ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟରେ ୧୯୩୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୧୧୭ ଓ ସ୍ଥାନୀୟ ସଂକ୍ରମିତ ୮୧୩ ଜଣ ରହିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୨୨୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଭଦ୍ରକରୁ ୯୮, ବଲାଙ୍ଗିରରୁ ଜଣେ, ବଉଦ ୩, ଅନୁଗୁଳ ୫୦, ବାଲେଶ୍ୱର ୧୩୪, ବରଗଡରୁ ୧୨ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତଙ୍କ ହାର ୩.୦୯% ରହିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରୁ ୧୨୫, କେନ୍ଦ୍ରାପଡାରୁ ୧୨୩, ମୟୁରଭଞ୍ଜରୁ ୯୮, ନବରଙ୍ଗପୁର ଜିଲାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟ ଜିଲାରୁ ୧୪, ମାଲକାନଗିରି ୨୮, କନ୍ଧମାଳ ୨୭, କେନ୍ଦ୍ରାପଡା ୧୨୩ ଓ କେନ୍ଦୁଝରରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଜିଲାରୁ ୫୮, ନୂଆପଡା ୨, ପୁରୀ ୨୭, ରାୟଗଡା ୩୮, ସମ୍ବଲପୁର ୨୫, ସୋନପୁରରୁ ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ସୁନ୍ଦରଗଡ ଜିଲାରୁ ୯୪ ଓ ଷ୍ଟେଟପୁଲରୁ ୭୫ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

Breaking News