ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋମବାର ଦିନ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏହି ବନ୍ୟା ହେତୁ ବହୁ ଘର ନଷ୍ଟ ହୋଇଥିବା ବେଳେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ଏହି ବନ୍ୟା ହେବା ଫଳରେ କଙ୍ଗରା ଜିଲ୍ଲାର ବୋହ ଭ୍ୟାଲି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଇଣ୍ଟର୍ନେଟ୍ରେ ଫଟୋ ଭାଇରାଲ୍ ହୋଇଛି। ଆଜି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହ ରାସ୍ତା ସଫା କରୁଥିବା ଏବଂ ଉପତ୍ୟକାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସାହାଯ୍ୟ କରୁଥିବା ଦେଖାଯାଇଛି। ଏବେ ସୁଦ୍ଧା ଉଦ୍ଧାରକାରୀମାନେ ହିମାଚଳ ପ୍ରଦେଶର କଙ୍ଗରା ଜିଲ୍ଲାରୁ ୭ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରିଥିବା ବେଳେ ଆହୁରି ୯ ଜଣ ନିଖୋଜ ଅଛନ୍ତି। ବରିଷ୍ଠ ପୋଲିସ ଅଧୀକ୍ଷକ ଭୀମକତ ରଂଜନ ଗଣମାଧ୍ୟମକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଡେପୁଟି କମିସନର ନିପୁନ୍ ଜିନ୍ଦଲ ଏନ୍ଆଇକୁ କହିଛନ୍ତି କି ‘ପ୍ରବଳ ବର୍ଷା ହେତୁ ମାନ୍ଝୀ ନଦୀରେ ଜଳ ସ୍ତର ଅତ୍ୟଧିକ ବୃଦ୍ଧି ପାଇ ଧରମଶାଳାର ଚେତୁ ଗ୍ରାମରେ ଥିବା ଅନେକ ଦୋକାନ ଏବଂ ଘରକୁ କ୍ଷତି ପହଞ୍ଚାଇଛି।’






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..