Report Card Odisha

| Daily Odia News

ନିର୍ବାଚନ ରଣୀତିଜ୍ଞ ପ୍ରଶାନ୍ତ କିଶୋର ଭେଟିଲେ ରାହୁଲ ଗାନ୍ଧୀଙ୍କୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର କିଛି ରାଜ୍ୟରେ ରାଜନୀତି ସରଗରମ ରହିଛି । କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ପ୍ରସ୍ତୁତି ଚାଲିଥିବା ବେଳେ ହେଉଛି ମାନସମନ୍ଥନ । ଏହାରି ଭିତରେ କଂଗ୍ରେସ ତା’ର ସ୍ଥିତି ପୁଣି ଥରେ ଜାହିର କରିବାକୁ ସ୍ଟ୍ରାଟେଜି ପ୍ରସ୍ତୁତ କରୁଛି । ମଙ୍ଗଳବାର ନିର୍ବାଚନ ରଣୀତିଜ୍ଞ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବରେ ଭେଟିଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସରେ ଚାଲିଥିବା ଅର୍ନ୍ତଦ୍ୱନ୍ଦ୍ୱ ମଧ୍ୟରେ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଭେଟିବା ବହୁ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ଆଲୋଚନା ହେଲାଣି । ଏହା ବ୍ୟତୀତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଓ ଗୁଜରାଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ପଞ୍ଜାବରେ ଏବେ କଂଗ୍ରେସ ସରକାର ରହିଛି । ଅନ୍ୟ ସ୍ଥାନରେ କଂଗ୍ରେସ ତା’ର ହରାଇଥିବା ଆସନ ପୁଣିଥରେ ପାଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି । କାରଣ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ପୁଣିଥରେ ଫେରିବାର କାରଣ ପ୍ରଶାନ୍ତ କିଶୋର ବୋଲି କୁହାଯାଉଛି । ତେଣୁ ଏଥର ପ୍ରଶାନ୍ତ କିଶୋର ରାହୁଲଙ୍କୁ ଭେଟିବା କଂଗ୍ରେସ ପାଇଁ କିଛି ଭଲ ସଙ୍କେତ ବୋଲି ମଧ୍ୟ ଅନୁମାନ କରାଗଲାଣି ।

Breaking News