ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ୧୬ ତାରିଖ ଅର୍ଥାତ ଆସନ୍ତାକାଲି ଶୁକ୍ରବାର ଶେଷ ହେଉଛି । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି ଅନ୍ଲକ୍ ହେବ ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । ୨୦ ଜିଲ୍ଲାକୁ A ଶ୍ରେଣୀରେ ଅନେକ କଟକଣା ହଟିଛି । ୧୦ ଜିଲ୍ଲାରେ ଏବେ B ଶ୍ରେଣୀରେ କଟକଣା ଜାରିରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଖବର ଅନୁସାରେ- Bଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ।
Aଶ୍ରେଣୀରେ ଥିବା ୨୦ ଜିଲ୍ଲା ଆଉ Bର ୫ ଜିଲ୍ଲାରେ କେବଳ ନାଇଟ୍ କର୍ଫ୍ୟୁ ରଖି ଆଉ ସବୁ କଟକଣାକୁ ହଟାଇବାକୁ ମଧ୍ୟ ବିଚାର କରୁଛନ୍ତି ସରକାର। ତେବେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଲୋକଙ୍କ ସଂଖ୍ୟା ବଢିପାରେ । ତେଣୁ ଗାଇଡ଼ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ, ହାଟ, ମଲ୍, ମଣ୍ଡି, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଉପରେ ନଜର ରଖୁ ପ୍ରଶାସନ। ବିବାହ ମଣ୍ଡପ, ସମାଜିକ କାର୍ଯ୍ୟକ୍ରମରେ ଯେମିତି ବି ହେଉ ଗାଇଡ଼ଲାଇନ୍ ପାଳନ ହେବା ଦରକାର ।ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ତେବେ ସରକାର କଣ ନେଉଛନ୍ତି ନିଷ୍ପତ୍ତି ତାହା ଉପରେ ନଜର |
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..