ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ | ତେବେ ଆଜି ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ପରୀ ମା’ଙ୍କ ପକ୍ଷରୁ ଓକିଲ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀଙ୍କ ଯୁକ୍ତିକୁ କୋର୍ଟ ଶୁଣିଥିଲେ। ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ କପି ମାଗିଥିଲେ। ତେବେ ରାୟ କପି ପାଇଲା ପରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିବା ସୂଚନା ମିଳିଛି ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ