ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁନେଇ ଛି ନୂଆ ମୋଡ | ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍ ହତ୍ୟା ମାମଲା ରୁଜୁ କରିଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ଅଛନ୍ତି। ଏହି ୩ ଜଣଙ୍କ ବିରୋଧରେ ୩୦୨, ୧୨୦ ବି ଦଫାରେ ପୋଲିସ ମାମଲା ରୁଜୁ କରିଛି। ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ସନ୍ଦେହ କରି ଆସୁଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ। ବିଦ୍ୟାଭାରତୀ ଏବଂ ବନଖଣ୍ଡ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ ମିଳିମିଶି ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି |
ଘଟଣା ଦିନ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେୟା ଘରେ ଥିଲେ। କାହାର କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ କିଭଳି ଭାବରେ ନିଆଁ ଲାଗିଲା | ଏହାକୁ ନେଇ ସନ୍ଦେହ କରି ଏହି ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସୌମ୍ୟରଞ୍ଜନଙ୍କ ବାପା ଦାବି କରିଛନ୍ତି । ଏନେଇ ବୁଧବାର ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ | ଷଡ଼ଯନ୍ତ୍ର କରି ପୁଅକୁ ହତ୍ୟା କରିଥିବା ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ- ସୋମବାର ବିଳମ୍ବିତ ରାତିରେ ସରକାରୀ ବାସଭବନରେ ପତ୍ନୀଙ୍କ ସହ ଥିବାବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହେବାରୁ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଥିଲେ ସୋମ୍ୟରଞ୍ଜନ । ମୃତ୍ୟୁ ସମ୍ପର୍କରେ ସ୍ତ୍ରୀ ମୁହଁ ଖୋଲୁ ନଥିବା ବେଳେ ପୁଅର ମୃତ୍ୟୁ ପାଇଁ ବୋହୂଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଘଟଣା ନୂଆ ମୋଡ ନେଇଥିବା ବେଳେ ସୋମ୍ୟଙ୍କ ମୃତ୍ୟୁ ପଛରେ ଡିଏଫଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣିଛନ୍ତି ସୋମ୍ୟଙ୍କ ପରିବାର । ଲିଖିତ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଭାରତୀ ଏବଂ ବନଖଣ୍ଡ ଅଧିକାରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିବାରୁ ଉଭୟ ମିଳିମିଶି ସୋମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଯୋଜନା କରିଥିଲେ ବୋଲି କହିଛନ୍ତି ସୋମ୍ୟରଞ୍ଜନଙ୍କ ବଡ ଭାଇ |
Discussion about this post