Report Card Odisha

| Daily Odia News

ରଥଯାତ୍ରାରେ ନିୟମ ଉଲ୍ଲଂଘନ କରିଥିବା ୧୦ଜଣଙ୍କ ନାଁରେ ମାମଲା ରୁଜୁ…..

ରିପୋର୍ଟ କାର୍ଡ / ପୁରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ପାଇଁ ସରକାର ପ୍ରୋଟୋକଲ କରିଥିଲେ | ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରୋଟୋକଲକୁ ଅମାନ୍ୟ କରି ରଥ କର୍ଡନ ମଧ୍ୟକୁ ପ୍ରବେଶ କରିଥିବାରୁ ୧୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯଇଛି | ୧୦ ଜଣ ହେଲେ ହରିୟାଣାର ଗୋବିନ୍ଦ କୃଷ୍ଣ ଦାସ , ଅତୁଲ କ୍ରିସ୍ନା , ପୁରୀର ସୋମନାଥ ସାହୁ , ରଂଜନ କୁମାର ପାତ୍ର , ସୁବ୍ରତ ପଣ୍ଡା , ଭବାନୀ ଜେନା , ମନୋରଞ୍ଜନ ମିଶ୍ର , ରାଜ ଦୀପ ହରିଚନ୍ଦନ , ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ । ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରଥ ଯାତ୍ରାକୁ ସୁରକ୍ଷିତ ଏବଂ ସଂକ୍ରମଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଏ ନେଇ କଠୋର ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନହୁଏ ସେଥିପାଇଁ ଛାତ ଉପରେ ଛିଡା ହୋଇ ଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । କିନ୍ତୁ ରଥ ଯାତ୍ରା ସମୟରେ କିଛି ଲଜ୍‌ ଏବଂ ଘର ବାଲକୋନୀରେ ଠିଆ ହୋଇ ଦର୍ଶନ କରୁଥିବା ଫଟୋ ଏବଂ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇଛି ପ୍ରଶାସନ । ଏହା ସହିତ ରଥ କର୍ଡନ ମଧ୍ୟରୁ ପ୍ରବେଶ କରିଥିବା ଏବଂ ​‌ବେଶ ବଦଳାଇ ପ୍ରବେଶ କରିଥିବା ଅଭିଯୋରେ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି |

Breaking News