ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରଥମଥର ଦେଖିବାକୁ ମିଳିବ ରେଲୱେ ଷ୍ଟେସନ ଉପରେ ୫ ଷ୍ଟାର ହୋଟେଲ | ଏମିତି ରେଲୱେ ଷ୍ଟେସନରେ ଏଭଳି ଅତ୍ୟାଧୁନିକ ସେବା ଦେଶରେ କେଉଁଠି ବି ନାହିଁ । ତଳେ ରେଲୱେ ଷ୍ଟେସନ ଆଉ ଉପରେ ୫ ଷ୍ଟାର ହୋଟେଲ । ଆଉ ଏହି ସୁବିଧା ଦେଖିବାକୁ ମିଳିବ ଗୁଜୁରାଟ ଗାନ୍ଧିନଗରରେ | ରେଲୱେ ଷ୍ଟେସନର ମୁଖ୍ୟ ଆକର୍ଷଣ ପାଲଟିଛି ୫ ଷ୍ଟାର ହୋଟେଲ । ଆଉ ଏହି ୫ ଷ୍ଟାର ହୋଟେଲରେ ଗ୍ରାହକଙ୍କ ପାଇଁ ଉନ୍ନତ ସେବା ମଧ୍ୟ ରହିଛି । ହୋଟେଲରେ ପ୍ରାର୍ଥନା ରୁମ ଓ ବେବି ଫିଡିଙ୍ଗ ରୁମ ମଧ୍ୟ ରହିଛି । ଏହି ହୋଟେଲରେ ପ୍ରାୟ ୩୧୮ ରୁମ ରହିଛି । ସବୁଠାରୁ ଖାସ କଥା ହେଉଛି ରେଲୱେ ଷ୍ଟେସନ ଉପରେ ତିଆରି ହୋଇଥିବା ଏହି ହୋଟେଲ ଗାନ୍ଧିନଗରର ସବୁଠାରୁ ବଡ଼ ବିଲ୍ଡିଂ । ଆଉ ଏହି ବିଲ୍ଡି ଉପରୁ ଗାନ୍ଧିନଗର, ମହାତ୍ମା ମନ୍ଦିର ଓ ବିଧାନସଭାକୁ ଗୋଟିଏ ଲାଇନରେ ଦେଖିବାର ମଜା ନେଇ ପାରିବେ ଲୋକେ । ସବୁଠାରୁ ବଡ଼ କଥା ହେଉଛି ଏହି ହୋଟେଲ ରେଲୱେ ଷ୍ଟେସନ ଉପରେ ତିଆରି ହୋଇଛି | ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ଭିତରୁ ହୋଟେଲକୁ ଯିବାର ସୁବିଧା ରହିଛି । ସେହିପରି ହୋଟେଲର ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଲିପ୍ଟ ଓ ଏସ୍କାଲେଟର ଲଗାଯାଇଛି | ଯାହା ଦ୍ୱାରା ଲୋକମାନେ ପ୍ଲାଟଫର୍ମରେ ପହଞ୍ଚିବାକୁ କୌଣସି ଅସୁବିଧା ହେବନାହିଁ । ଏହାସହ ପ୍ରାଥମିକ ଚିକିତ୍ସା ପାଇଁ ଏଠାରେ ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଛି । ଷ୍ଟେସନ ପରିସରରେ ତିଆରି ହୋଇଥିବା ଏହି ବିଲ୍ଡିଂର ପ୍ରବେଶ ପଥରେ, ଟିକେଟ ବୁକିଂ, ଲିପ୍ଟ- ଏସ୍କାଲେଟର, ବୁକ ଷ୍ଟଲ ଓ ଫୁଡ ଷ୍ଟଲର ସୁବିଧା ମଧ୍ୟ ରହିଛି । ଏହାସହ ଷ୍ଟେସନ କାନ୍ଥରେ ଗୁଜୁରାଟର ବିଭିନ୍ନ ପାରମ୍ପରିକ ଚିତ୍ର ଅଙ୍କା ଯାଇଛି । ଆଉ ଷ୍ଟେସନ ଭିତରେ ଅଙ୍କା ଯାଇଥିବା ଅଯୋଧ୍ୟାର ରାମ ମନ୍ଦିରର ଚିତ୍ର ରହିଛି । ଏହି ପ୍ରଜେକେଟ ୨୦୧୭ ମସିହାରେ ଗାନ୍ଧିନଗର ରେଲୱେ ଷ୍ଟେସନର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ଏବେ ଏହି କାମ ପୂରା ହୋଇଛି । ଗୁଜୁରାଟ ସରକାରଙ୍କ ସୂଚନା ଅନୁସାରେ ଜୁଲାଇ ୧୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷ୍ଟେସନର ଉଦଘାଟନ କରିବେ । ଆଉ ଏହାପରେ ଯାତ୍ରୀମାନେ ଏଭଳି ଏକ ଅତ୍ୟାଧୁନିକ ରେଲୱେ ଷ୍ଟେସନର ସୁବିଧା ପାଇପାରିବେ ।
Discussion about this post