ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୂଅରେ ପଡିଯାଇଥିବା ବାଳିକାକୁ ଉଦ୍ଧାର କରିବାକୁ ଯାଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩ଜଣ ନିଖୋଜ ଅଛନ୍ତି। ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ | ଗୁରୁବାର ସନ୍ଧ୍ୟାରେ ଗଞ୍ଜ ବାସୋଡା ଗ୍ରାମରେ ଏକ ବାଳିକା କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବା ପାଇଁ କିଛି ଲୋକ କୂଅ ଭିତରେ ପଶିଥିଲେ। ଏହି ସମୟରେ କୂଅ ଉପରେ କେତେକ ଲୋକ ରହି ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିଲେ। ତେବେ ଉଦ୍ଧାର କାର୍ଯ୍ୟ ଦେଖିବାକୁ କୂଅ ଚାରିପଟେ ଗାଁ ଲୋକଙ୍କ ଭିଡ ହୋଇଥିଲା। ଏହି ସମୟରେ କୂଅଟି ଭୁଶୁଡି ପଡିଥିଲା। ଫଳରେ କୂଅ ଭିତରେ ୩୦ ଜଣ ପଡିଯାଇଥିଲେ। ରାତି ୧୧ଟା ବେଳେ ଉଦ୍ଧାର କାର୍ଯ୍ୟରେ ଏକ ଟ୍ରାକ୍ଟର ଓ ୪ଜଣ ପୁଲିସ କର୍ମଚାରୀ ଲାଗିଥିଲେ। ପରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ବାହିନୀ ମୁତୟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦେଶରେ ଘଟଣା ସ୍ଥଳରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଶୁକ୍ରବାର ସୁଦ୍ଧା ୧୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। କୂଅ ଭିତରେ ଆହୁରି ୧୦ଜଣ ପୋତି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨୧ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୫ମ ମୃତଦେହ ବାହାରିଥିଲା। କୂଅଟିର ଗଭୀର ୫୦ଫୁଟ ହୋଇଥିବାବେଳେ ଏଥିରେ ୨୦ଫୁଟ ପାଣି ରହିଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହୋଇ ନଥିବାରୁ ସବିଶେଷ ମୃତ୍ୟୁସଂଖ୍ୟା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ପ୍ରତି ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଲାଗି ୫୦ହଜାର ଟଙ୍କା ସହାୟତା ଓ ମାଗଣା ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି।





More Stories
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….