ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାଜପ୍ରାସାଦ ଓ ସମ୍ପତ୍ତି ଚାଲିଯିବାର ଡର ଥିଲା | ଏଣୁ ସେ ଆରଏସଏସ୍ରେ ଯୋଗ ଦେଲେ। ପୂର୍ବତନ ଏଆଇସିସି ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର କଂଗ୍ରେସ ସୋସିଆଲ ମିଡିଆ ବିଭାଗର ଏକ ଭର୍ଚୁଆଲ ଭାବବିନିମୟ କାର୍ଯ୍ୟକ୍ରମରେ ରାହୁଲ ଏହା କହିଛନ୍ତି। ଆହୁରି ଏହା ମଧ୍ୟ କହିଛନ୍ତି କଂଗ୍ରେସରେ ଭୟାଳୁଙ୍କ ସ୍ଥାନ ନାହିଁ, ଯାହାର ଆରଏସଏସ୍ ଓ ବିଜେପିକୁ ଡର ଅଛି ସେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି କଂଗ୍ରେସ ଛାଡି ଯାଇ ପାରନ୍ତି। ଯେଉଁମାନେ ନିଡର ସେମାନେ କଂଗ୍ରେସ ସହ କାମ କରି ଆସିଛନ୍ତି। ଯେଉଁମାନଙ୍କର ଭୟ ଅଛି ସେମାନଙ୍କର କଂଗ୍ରେସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ସିନ୍ଧିଆ ଯେତେବେଳେ ତାଙ୍କ ବିଳାଶମୟ ପାଲେସ୍ ଓ ସମ୍ପତ୍ତି ପ୍ରତି ବିପଦ ଥିବା ଆଶଙ୍କା କଲେ ସେତେବେଳେ ତାଙ୍କର ଭୟ ଆସିଥିଲା | ସେ ଆରଏସଏସ ସହ ହାତ ମିଳାଇ ଏ ସବୁ ରକ୍ଷା କରିପାରିବେ ବୋଲି କଂଗ୍ରେସ ଛାଡି ଚାଲିଗଲେ। ଦଳରେ ଏପରି ଲୋକଙ୍କ ଆବଶ୍ୟକତା ନାହିଁ ବୋଲି ରାହୁଲ କହିଥିବାର କଂଗ୍ରେସ ସୋସିଆ ମିଡିଆ ବିଭାଗର ଜନୈକ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ସାରା ଦେଶରେ କଂଗ୍ରେସ ସୋସିଆଲ ମିଡିଆ ବିଭାଗ ସହ ଜଡିତ ୩୦୦ରୁ ଅଧିକ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଏଥିରେ ରାହୁଲ ତାଙ୍କ ଦଳର ନିର୍ବାଚନୀ ସଙ୍କେତ ‘ହାତ’ର ଉଦାହରଣ ଦେଇଥିଲେ। ଏହା ସ୍ପଷ୍ଟ ବୁଝାଇ ଦେଉଛି ଆଦୌ ଭୟଭୀତ ହୁଅନା। ତୁମକୁ ଭୟଭୀତ କରିବାକୁ ଅନେକ ଉଦ୍ୟମ କରାଯିବ, ତୁମ ଧ୍ୟାନ ହଟାଇବାକୁ ଅନେକ ଚେଷ୍ଟା କରିବେ ତେବେ ଏହି ସଂକେତ ଆଡକୁ ଧ୍ୟାନ ଦିଅ କେହି ତୁମର କିଛି ବି କରିପାରିବେନି ବୋଲି ରାହୁଲ କହିଥିଲେ। ସୂଚନା ଅନୁସାରେ- ତେବେ ଏହା ପୂର୍ବରୁ ମଧ୍ୟ ସିନ୍ଧିଆ ସାର୍ବଜନିକ କହିସାରିଛନ୍ତି ମୁଁ ଯେତେବେଳେ କଂଗ୍ରେସରେ ଥିଲି ରାହୁଲ ଯଦି ଏପରି ଚିନ୍ତା କରିଥାନ୍ତେ ତେବେ ପରିସ୍ଥିତି ଆଜି କିଛି ଭିନ୍ନ ଥାନ୍ତା। ସିନ୍ଧିଆ ଗତ ମାର୍ଚ୍ଚ ୨୦୨୦ରେ ତାଙ୍କର ୨୦ ଜଣ ସମର୍ଥକଙ୍କ ସହ ବିଜେପିରେ ମିସି ଯାଇଥିଲେ। ଫଳରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଅଦିନରେ ଭାଙ୍ଗିଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ କରିଥିବା ପରିବର୍ତ୍ତନରେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ କେନ୍ଦ୍ରମନ୍ତ୍ରାଳୟ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି।






More Stories
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
ନୂଆପଡା ମତଗଣନା: ଆଗରେ ବିଜେପି…..