Report Card Odisha

| Daily Odia News

ବିହାରରେ ବିଷାକ୍ତ ମଦ ପିଇ ୧୬ ମୃତ୍ୟୁ ଘଟଣାକୁ ଲୁଚାଉଛି ପ୍ରଶାସନ…..

ରିପୋର୍ଟ କାର୍ଡ / ବିହାର

ବିହାରରେ ଏକା ସାଙ୍ଗରେ ୧୬ ଜଣ ମୃତ୍ୟୁ ଘଟଣାକୁନେଇ ପ୍ରଶାସନ ଦେଇଛି ବିବାଦିତ ବୟାନ। ଗାଁ ଲୋକମାନେ ଦାବି କରିଛନ୍ତି କି ସମସ୍ତ ୧୬ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଛି| ହେଲେ ପ୍ରଶାସନ କହିଛି କି ୪ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁର କାରଣ ରୋଗ । ଅନ୍ୟ ୧୦ ଜଣଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିନାହିଁ ପ୍ରଶାସନ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକସାମ୍ବାଦିକ ସମ୍ମିଳନୀ କରାଯାଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ଜିଲ୍ଲା ପ୍ରଶାସନ କହିବା ମୁତାବକ ୨ ଜଣଙ୍କର ମୃତ୍ୟୁ ରୋଗ କାରଣରୁ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ କାରଣରୁ ହୋଇଛି। ଅନ୍ୟପଟେ ମୋଟ ୧୪ ଜଣଙ୍କର ମୃତ୍ୟୁ ସାମ୍ଭାବ୍ୟ ବିଷାକ୍ତ ମଦ ଯୋଗୁ ହୋଇଥାଇପାରେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି। ହେଲେ ଗ୍ରାମବାସୀ ମୃତ୍ୟୁର କାରଣ ସ୍ପଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ଉଲ୍ଲେଖ ଯୋଗ୍ୟ -ଚଳିତମାସ ୧୫ ତାରିଖରେ ବିହାର ବେତୀୟା ଜିଲ୍ଲାର ଲୋରିୟା ଅଞ୍ଚଳରେ ଜଣଙ୍କ ପରେ ଜଣେ କ୍ରମାଗତ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଯାଂଚ କରିବାକୁ ଜିଲ୍ଲା ପ୍ରଶାସନ ଗାଁରେ ପହଂଚିଥିବା ବେଳେ ଏ ସମସ୍ତଙ୍କ ମୃତ୍ୟୁର କାରଣ ବିଷାକ୍ତ ମଦ ପିଇବା ଯୋଗୁ ହୋଇଥିବା କଥା ଗ୍ରାମବାସୀ କହିଥିଲେ ।

 

 

 

Breaking News