ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜୁଲାଇ ୨୬ରେ ଖୋଲିବ ଦଶମ-ଦ୍ୱାଦଶ ଶ୍ରେଣୀ | ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସୋମବାରଠୁ ଖୋଲିବ | ଏନେଇ ଶନିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । କରୋନା ପାଇଁ ପାଠପଢ଼ାରେ ଅବ୍ୟାହତ ଦେଖା ଦେଇଛି । ଅନଲାଇନରେ କ୍ଲାସ ରେ ସବୁ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇପାରୁନଥିଲେ । ଅପରପକ୍ଷରେ ଏବେ ସଂକ୍ରମଣ କମିଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି । କରୋନା କଟକଣା ମାନି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି | ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ। ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ ବୋଲି ସେ କହିଛନ୍ତି। ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ପିଲା ଆସିପାରିବେ। ଦଶମ, ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ ବୋଲି ସେ କହିଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ଯଦି କେଉଁଠି କେସ୍ ବଢ଼େ, ଜିଲ୍ଲାପାଳ ସେ ଅନୁସାରେ ସେଠି ସ୍କୁଲ ଖୋଲିବେ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ। ସ୍କୁଲରେ ଖେଳଛୁଟି ହେବନି, ପିଲା ଘରେ ଯାଇ ଖାଇପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ଆଜି ସାମ୍ବାଦିକ ସମ୍ମିଳନିକାରୀ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଦଶମ, ଦ୍ୱାଦଶ ପରେ ନବମ ପାଇଁ ଆମେ ଧ୍ୟାନ ଦେଉଛୁ। ଯଦି ପରିସ୍ଥିତି ଠିକ ରହେ, ତେବେ ଅଗଷ୍ଟ ୧୬ରୁ ନବମ ଖୋଲିବ। ସେମ୍ବେର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ଯୋଜନା ଥିବା ସେ କହିଛନ୍ତି। ସିବିଏସ୍ଇ ଢାଞ୍ଚାରେ ନବମ ଏବଂ ଦଶମ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ, ଦଶମ ପିଲା ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସଚିବ କହିଛନ୍ତି। ନବମ ଏବଂ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଚେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ପରୀକ୍ଷା ହେବ। ଆସେସମେଣ୍ଟ ପରୀକ୍ଷା ସରିଲେ ହେବ ଫାଇନାଲ ପରୀକ୍ଷା ହେବ। ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ। ନବମ, ଦଶମ ଛାତ୍ରଛାତ୍ରୀ ସବୁ ପରୀକ୍ଷାକୁ ଗୁରୁତ୍ୱର ସହ ନିଅନ୍ତୁ ସଚିବ କହିଛନ୍ତି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….