ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗ୍ରା ହାଇୱେରେ ରବିବାର ବିଳମ୍ବିତ ରାତିରେ ୨ଟି ବସ ମୁହାଁମୁହିଁ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତାହତ ବରଯାତ୍ରୀ ବୋଲି ଜଣାପଡିଛି। ବରଯାତ୍ରୀମାନେ ଏକ ବସ ଯୋଗେ ଚନ୍ଦୋସୀରୁ ବହଜୋଇ କ୍ଷେତ୍ର ଅନ୍ତର୍ଗତ ଛପରା ଗାଁରୁ ଫେରୁଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଗ୍ରା ହାଇୱେରେ ମଝାବଲୀ ନିକଟରେ ଅତିକ୍ରମ କରୁଥିବା ବେଳେ ବସର ଟାୟାର ପମ୍ପଚର ହୋଇଯାଇଥିଲା। ଚାଳକ ଓ ସହାୟକ ବସରୁ ଓହ୍ଲାଇ ଚାୟାର ଠିକ କରୁଥିଲେ। ସେହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ବସ ବରଯାତ୍ରୀ ଥିବା ବସକୁ ଧକ୍କା ଦେଇଥିଲା। ସେହି ସମୟରେ ଲୋକଙ୍କ ଚିତ୍କାର ଶୁଣାଯାଇଥିଲା। ନିକଟରେ ଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କହିବାନୁଯାୟୀ,ଏହି ଘଟଣାରେ ବରଯାତ୍ରୀ ଥିବା ବସରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ତୁରନ୍ତ ପୁଲିସ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..