ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ତୃତୀୟ ସେସନ୍ ତଥା ଜେଇଇ ମେନ୍-୩ ଆରମ୍ଭ । ଜେଇଇ ମେନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷା ୨୭ ତାରିଖ ଯାଏ ଚାଲିବ | ଏହି ପରୀକ୍ଷା ପାଇଁ ସାରା ଦେଶରେ ୭ ଲକ୍ଷ ୯ ହଜାର ୫୧୯ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ସେସନ୍ରେ ପରୀକ୍ଷା ଦେଉଥିବା ଜଣାପଡ଼ିଛି। କରୋନା ସଂକ୍ରମଣକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଦେଶର ୩୩୪ଟି ସହରରେ ୮୨୮ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା କେନ୍ଦ୍ରରେ କୋଭିଡ୍-୧୯ ଗାଇଡ୍ଲାଇନ୍ ପାଳନ କରାଯିବ। ଗୋଟିଏ ସିଫ୍ଟରେ ବ୍ୟବହୃତ କମ୍ପ୍ୟୁଟର୍ ଅନ୍ୟ ସିଫ୍ଟରେ ବ୍ୟବହାର କରାଯିବ ନାହିଁ। ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଗହଳି ଏଡ଼ାଇବା ଲାଗି ପରୀକ୍ଷାର୍ଥୀଙ୍କୁ ରିପୋର୍ଟିଂ ଲାଗି ଟାଇମ୍ ସ୍ଲଟ ଯୋଗାଇ ଦିଆଯାଇଛି। ପଞ୍ଜୀକରଣ ସମୟରେ କେହି କାହାରିକୁ ସ୍ପର୍ଶ କରିବେ ନାହିଁ ଓ ସାମାଜିକ ଦୂରତା ରକ୍ଷା କରିବେ। ପରୀକ୍ଷା କେନ୍ଦ୍ରର ଝରକା ଖୋଲା ରଖିବା ସହ ଫ୍ୟାନ୍ ଚାଲୁ ରଖିବାକୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ କୁହାଯାଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..