ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୫ ତାରିଖରେ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ୱୀକାର କରିଛି । ଏ ନେଇ ଆଜି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କୁ ହତ୍ୟା ପରେ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଜଗନ୍ନାଥଙ୍କୁ ପଚରାଉଚରା ପରେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ସୂଚନା ମିଳିଛି । ଜେରାରୁ ଜଣାପଡ଼ିଛି ଯେ, ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯିବାର ୪ ଦିନ ପୂର୍ବରୁ ଯୋଜନା ରଚିଥିଲା ଜଗନ୍ନାଥ । ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ସାହୁ ଅଫିସ ଚାଲିଯିବା ପରେ ସେ ତାଙ୍କ ଘର ଭିତରକୁ ପ୍ରବେଶ କରିଥିଲା । ସେଥିପାଇଁ ସେ ପୂର୍ବରୁ ପ୍ରସ୍ତୁତ ହୋଇ ସକାଳ ୯ରେ ପ୍ରିୟଦର୍ଶିନୀଙ୍କ ଘର ସମ୍ମୁଖରେ ପହଞ୍ଚି ଯାଇଥିଲା । ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିବା ପୂର୍ବରୁ ଜଗନ୍ନାଥ ତାଙ୍କୁ ସିନ୍ଦୁର ପିନ୍ଧାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ଜଗନ୍ନାଥ ନିଜେ ଛୁରୀ, ସିନ୍ଦୁର ଓ ବିଷ ନିଜେ ଆଣିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି । ଜଗନ୍ନାଥର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ରହିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ରହିଛି । ପ୍ରିୟଦର୍ଶିନୀଙ୍କୁ ଜଗନ୍ନାଥ ନିଜ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲେ, ମାତ୍ର ସେ ରାଜି ନ ହେବାରେ ତାଙ୍କୁ ଜଗନ୍ନାଥ ହତ୍ୟା କରିଥିଲା । ଯଦି ଆବଶ୍ୟକ ପଡ଼େ, ସମସ୍ତ ଘଟଣାର ସିନ୍ ରିକିଏସନ୍ କରାଯିବ ବୋଲି ଡିସିପି ପ୍ରକାଶ କରିଛନ୍ତି ।
More Stories
ବଢ଼ିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ…..
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବାଲିଯାତ୍ରାରେ ଫୁଡ୍ ଷ୍ଟଲ୍ରେ ଚଢାଉ…..