ରିପୋର୍ଟ କାର୍ଡ / ପୁରୀ
ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି। ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷ ଗତକାଲି ଅଧରପଣା ନୀତି ଶେଷ ହେବା ପରେ ଆଜି ଭୋରରୁ ନୀତିକାନ୍ତି ସବୁ ଆରମ୍ଭ ହୋଇଛି । ଭୋର ୪ଟାରୁ ତିନି ରଥରେ ମଙ୍ଗଳ ଆଳତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇଛି । ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୧୨ଟାରୁ ସାଢେ ଗୋଟାଏ ସୁଦ୍ଧା ସନ୍ଧ୍ୟା ଧୂପ ନୀତି ଅନୁଷ୍ଠାତ ହେବ । ଅପରାହ୍ନ ସାଢେ ଗୋଟାଏରୁ ତିନିଟା ଭିତରେ ତିନି ରଥର ଚାରବନ୍ଧା କାମ ସରିବା ପରେ ସାଢେ ତିନିଟାରେ ସିଂହାସନ ମାଜଣା ହେବ । ଅପରାହ୍ନ ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ୪ଟାରୁ ପହଣ୍ଡି ଆରମ୍ଭ ହେବ । ଆଜି ନିଳାଦ୍ରୀ ବିଜେ ପାଇଁ ପ୍ରଶାସନ ପକ୍ଷରନ୍ସ୍ତନ୍ତ୍ର ବ୍ୟବସ୍ଥା କରାଯାଇଛି ।
More Stories
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….