ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ୱବଧାନରେ ହେବ ପେଗାସସ୍ ସ୍ପାଏୱର୍ ଗୁଇନ୍ଦାଗିରିର ତଦନ୍ତ କରାଯିବା ପାଇଁ ଆଜି ସୁପ୍ରିମ କୋର୍ଟର ଜଣେ ଆଇନଜୀବୀ ଆବେଦନ କରିଛନ୍ତି । ପେଗାସସ୍ ମାଧ୍ୟମରେ ଫୋନ୍ ହ୍ୟାକିଂ ଭାରତୀୟ ଗଣତନ୍ତ୍ର ଉପରେ ଉପରେ ଏକ ବଡ ଆକ୍ରମଣ ବୋଲି ଆବେଦନକାରୀ ମନୋହର ଲାଲ୍ ଶର୍ମା ଦର୍ଶାଇଛନ୍ତି । ଦେଶର ଅନେକ ବିରୋଧୀ ଦଳ ନେତା, ସାମାଜିକ କାର୍ଯ୍ୟକର୍ତ୍ତା, ବିଚାରପତି ଏବଂ ସାମ୍ବାଦିକମାନଙ୍କ ଫୋନ୍ ହ୍୍ୟାକିଂ ହୋଇଥିବାରୁ ଏସଆଇଟି ଗଠନ କରି କୋର୍ଟ ତତ୍ତ୍ୱାବଧାନରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇଲେ ସତ୍ୟ ସାମ୍ନାକୁ ଆସିବ ବୋଲି ଆବେଦନକାରୀ କହିଛନ୍ତି । ଏହି ଆବେଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିବିଆଇକୁ ପକ୍ଷ କରାଯାଇଛି । ଶର୍ମା କହିଛନ୍ତି ଯେ ପେଗାସସ୍ ମାମଲାରେ ଏଫଆଇଆର୍ ଦାଖଲ ପାଇଁ ପୂବରୁ ସେ ସିବିଆଇକୁ ନିବେଦନ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନାହିଁ । ସୂଚନାଯୋଗ୍ୟ- ବିବିନ୍ନ ଚର୍ଚ୍ଚିତ ମାମଲାରେ ସୁପ୍ରିମେ କୋର୍ଟରେ ଆବେଦନ କରିବା କ୍ଷେତ୍ରରେ ଆଇନଜୀବୀ ଶର୍ମା ବେଶ ଜଣାଶୁଣା । ଅନେକ ସମୟରେ ତାଙ୍କର ଅଯୌକତିକ ଏବଂ ଉଦ୍ଦେଶ୍ୟମୂଳକ ଆବେଦନ ପାଇଁ କୋର୍ଟ ତାଙ୍କୁ ଭର୍ସନା କରିବା ସହ ଜୋରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି । ଶର୍ମାଙ୍କ ଅନେକ ଆବେଦନ ଶୁଣାଣିର ମାତ୍ର କିଛି ମିନିଟ୍ ମଧ୍ୟରେ ଖାରଜ ହୋଇଯିବା ନଜର ମଧ୍ୟ ରହିଛି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..