ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରକାଶ ପାଇଲା ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ | ବିନା ପରୀକ୍ଷାରେ ୯୯% ପିଲା ପାସ୍ କରିଛନ୍ତି | ୧୦ମ ଶ୍ରେଣୀ ପାସ୍ ହାର ୯୯.୯୮% ରହିଛି। ସେହିପରି ଆଇଏସ୍ସିର ଦ୍ୱାଦଶ ଶ୍ରେଣୀରେ ୯୯.୭୬% ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଇଏସସି ଦ୍ୱାଦଶ ଶ୍ରେଣୀରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନଙ୍କ ପାସ୍ ହାର ସାମନ୍ୟ ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୯୯.୮୬% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୬୬% ରହିଛି। ସେହିପରି ୧୦ମ ଶ୍ରେଣୀରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାସ୍ହାର ଚଳିତ ବର୍ଷ ୧୦୦% ରହିଛି। ୧୦ମ ଶ୍ରେଣୀର ଜୋନ ସ୍ତରୀୟ ପାସ୍ ହାରକୁ ଆମେ ଯଦି ବିଚାର କରିବା, ତା’ହେଲେ ନର୍ଥ ଜୋନରେ ପାସ୍ ହାର ୯୯.୯୭, ପୂର୍ବ ଜୋନ୍ରେ ୯୯.୯୭%, ପଶ୍ଚିମ ଜୋନରେ ୯୯.୯୯% ଓ ଦକ୍ଷିଣ ଜୋରେ ପାସ୍ ହାର ୧୦୦ ପ୍ରତିଶତ ରହିଛି। ତୁରନ୍ତ ହୋମ ସ୍କ୍ରିନ୍ରେ ଆପଣଙ୍କ ରେଜଲ୍ଟ ଆସିବ। ଏସଏମଏସ୍ ଦ୍ୱାରା ମଧ୍ୟ ପିଲାମାନେ ସେମାନଙ୍କ ରେଜଲ୍ଟ ବିଷୟରେ ମଧ୍ୟ ଜାଣିପାରିବେ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..