ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମହାମାରୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । କିନ୍ତୁ ଏହା ଭିତରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ତାଙ୍କ ଠାରୁ କୌଣସି ମତାମତ ନିଆଯାଇନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜଗତଗୁରୁଙ୍କୁ ଅଣଦେଖା କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ସେ ଏହା ଉପରେ ମତ ରଖିବେ ବୋଲି କହିଛନ୍ତି। କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। ମନ୍ଦିରରେ କେବଳ ନୀତିକାନ୍ତି ଜାରି ରହିଛି । ସେହିପରି ଚଳିତ ବର୍ଷ କୋଭିଡ଼ କଟକଣା ଓ ବିନା ଭକ୍ତରେ ଘୋଷଯାତ୍ରା ଶେଷ ହୋଇଛି ।






More Stories
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..