ରିପୋର୍ଟ କାର୍ଡ / ମୁମ୍ବାଇ
ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ବଢ଼ିଲା ଅଡୁଆ | ଅଶ୍ଳୀଳ ଭିଡିଓ ରାକେଟ୍ ମାମଲାରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ଅଦାଲତ | ଆଜି ତାଙ୍କର ହେପାଜତର ଅବଧି ସରୁଥିବା ବେଳେ ପୁଣି ଥରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଦିଆଯାଇଛି | ବିଭିନ୍ନ ଆପ୍ ଜରିଆରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ତଥା ବିତରଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଜୁଲାଇ ୨୩ ଏବଂ ପରେ ଜୁଲାଇ ୨୭ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା | ଆଜି ତାଙ୍କର ହେପାଜତର ଅବଧି ସରୁଥିବା ବେଳେ ପୁଣିଥରେ ତାଙ୍କୁ ୧୪ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି | ମଙ୍ଗଳବାର ଦିନ ରାଜ କୁନ୍ଦ୍ରାଙ୍କ ଓକିଲ ଜାମିନ ଆବେଦନ କରି ଅଦାଲତକୁ କହିଥିଲେ ଯେ, ତଦନ୍ତ ଶେଷ ହୋଇଛି ଏବଂ ଏବେ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରାଯାଉ। ହେଲେ ମାଜିଷ୍ଟ୍ରେଟ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପର୍ଯ୍ୟନ୍ତ ରାଜଙ୍କଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ତାଙ୍କ ହେପାଜତର ଅବଧିକୁ ପୁଣି ବଢାଯାଇଥିବା ଜଣାପଡ଼ିଛି |






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..