ରିପୋର୍ଟ କାର୍ଡ / ଲକ୍ଷ୍ନୌ
ବିଳମ୍ବିତ ରାତିରେ ଠିଆ ହୋଇଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଅଯୋଧ୍ୟା-ଲକ୍ଷ୍ନୌ ହାଇଓ୍ୱେରେ ବାରବାଙ୍କୀର ରାମସମେନୀ ନିକଟରେ | ମିଳିଥିବା ସୂଚନା ଅନୁସାରେ- ବସଟି ହରିୟାଣାର ପଲଭରରୁ ଶ୍ରମିକଙ୍କୁ ନେଇ ବିହାର ଆସୁଥିଲା । ବସରେ ୧୪୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତାହତମାନେ ପଞ୍ଜାବ ଓ ହରିୟାଣାରେ ଶ୍ରମିକ ଭାବରେ କାମ କରୁଥିଲେ । ନିଜ ଘର ବିହାରକୁ ଫେରିବା ବେଳେ ଅଧାବାଟରେ ଜଗିରହିଥିଲା ମୃତ୍ୟୁ ।ବସରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ଏକ ଢାବା ପାଖରେ ଅଟକିଥିଲା । ଏତିକିବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ ପଛରୁ ଧକ୍କା ଦେଇଥିଲା । ଏତେ ଜୋରରେ ଧକ୍କା ଦେଇଥିଲା ଯେ ବସ ଭିତରୁ ଲୋକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଆହତଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନୁଆମାନ କରାଯାଉଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..