ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛୋଟରୁ ବଡ଼ ସବୁ ଫ୍ରି ଫାୟାର ଗେମ୍ ପ୍ରେମରେ ବାଇଆ । ମୋବାଇଲରେ ଘଣ୍ଟା ଘଣ୍ଟା ଗେମ୍ ଖେଳି ସମୟ ନଷ୍ଟ କରୁଛନ୍ତି। ଫ୍ରି ଫାୟାର ଗେମ୍ ଖେଳି ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ହରିଚନ୍ଦନପୁର ଥାନା ଆଖୁପାଳ ଗାଁରେ । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୁଅଁର ଖଣ୍ଡା ତାଙ୍କ ପୁଅ ଅନଲାଇନରେ ପାଠ ପଢିବେ ବୋଲି ଏକ ସ୍ମାର୍ଟ ଫୋନ୍ କିଣି ଦେଇଥିଲେ। ହେଲେ ପୁଅ ପାଠ ନପଢି ଫ୍ରି ଫାୟାର ଗେମ୍ ଖେଳି ମାନସିକ ସ୍ଥିତି ହରାଇଛି। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏବେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। କରୋନା କଟକଣା ପାଇଁ ଏବେ ସ୍କୁଲ କଲେଜ ବନ୍ଦ ଥିବା କାରଣରୁ ପିଲାମାନଙ୍କର ଅନଲାଇନ୍ ପାଠ ପଢା ଚାଲୁଛି। ଫଳରେ ଛୋଟ ଛୋଟ ପିଲାମାନେ ମୋବାଇଲର ବହୁଳ ବ୍ୟବହାର କରୁଛନ୍ତି। ହେଲେ ପାଠ ପଢିବା ବଦଳରେ କିଛି ପିଲା ଏହାର ଅପ ବ୍ୟବହାର କରୁଛନ୍ତି। ଯେପରିକି ଫୋନ୍ରେ ବିଭିନ୍ନ ପ୍ରକାରର ଗେମ୍ ଖେଳିବା, ଭିଡିଓ ଦେଖିବା ଆଦିରେ ସମୟ ନଷ୍ଟ କରୁଛନ୍ତି।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..