Report Card Odisha

| Daily Odia News

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଲେ ମମତା: ମୁଁ ଜ୍ୟୋତିଷ ନୁହେଁ ଯେ ଆଗୁଆ କହିପାରି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଗାସସ୍ ପ୍ରସଙ୍ଗକୁନେଇ ସଂସଦରେ ତୁମ୍ଭି ତୋଫାନ | କେନ୍ଦ୍ର ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ିଲାଣି ।ସଂସଦରେ ବାରମ୍ୱାର ହଟ୍ଟଗୋଳ ହେଉଛି । ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରକୁ ଆକ୍ଷେପ କରି କହିଛନ୍ତି କି ବର୍ତ୍ତମାନର ପରିସ୍ଥିତି ଜରୁରୀକାଳୀନ ସ୍ଥିତି ଠାରୁ ଆହୁରି ଭୟଙ୍କର । ଦିଲ୍ଲୀ ଗ୍ରସ୍ତରେ ଥିବା ମମତା ପେଗାସସ୍‌ର ସଜ୍ଞା ନେଇ କହିଛନ୍ତି ଯେ, ଏହା ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଭାଇରସ୍‌ । ଆମର ସୁରକ୍ଷା ଏବଂ ନିରାପତ୍ତା ଏବେ ବିପଦରେ । କାହର ମଧ୍ୟ ସ୍ୱାଧୀନତା ନାହିଁ । ଆଜି କଂଗ୍ରେସ୍‌ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମମତା ଭେଟି ପେଗାସସ୍‌ ବିଷୟରେ ଆଲୋଚନା କରିଥିଲେ । ମୋ ଫୋନ୍‌ ହ୍ୟାକ୍‌ ହୋଇଛି । ଅଭିଷେକ୍‌ର ଫୋନ୍‌ ମଧ୍ୟ ଆଗରୁ ହ୍ୟାକ୍‌ କରାଯାଇଛି । ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟ ଫୋନ୍‌ ହ୍ୟାକ୍‌ କରାଯାଇଛି । ଯଦି ପେଗାସସ୍‌ ଗୋଟିଏ ଫୋନ୍‌ ହ୍ୟାକ୍‌ କରିପାରୁଛି ତେବେ ଏହା ବହୁତ ଲୋକଙ୍କର ମଧ୍ୟ ଫୋନ୍‌ ହ୍ୟାକ୍‌ କରିପାରିବ ବୋଲି ମମତା କହିଛନ୍ତି । ଏହା ସବୁଠାରୁ ଗୁରୁତ୍ୱର ବିଷୟ କାରଣ ଏଥିରେ ଜୀବନ, ସମ୍ପତ୍ତି ଏବଂ ସୁରକ୍ଷା ଜଡ଼ିତ । ସେପଟେ ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଦଳମାନଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ଅନୁପସ୍ଥିତ ଥିଲେ । ତେବେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଏହି ପ୍ରସଙ୍ଗରେ କରାଯାଉଥିବା ସବୁ ଆନ୍ଦୋଳନ ସପକ୍ଷରେ ସେ ଅଛନ୍ତି । ସେ କହିଛନ୍ତି ଯେ ସବୁ ରାଜନୈତିକ ଦଳ ଏକାଠି ବସି (ସରକାରଙ୍କ ବିରୋଧରେ ଲଢେଇ ପାଇଁ) କିଛି ନିଷ୍ପତ୍ତି ନେବା ଆବଶ୍ୟକ । ତେବେ ସେ ବିରୋଧୀ ମେଣ୍ଟର ନେତୃତ୍ବ କରିବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଥିଲେ, ସେ ଜ୍ୟୋତିଷ ନୁହଁନ୍ତି ଯେ ଏକଥା ଆଗୁଆ କହିପାରିବେ । ସେ କେବଳ ଜଣେ ସାଧାରଣ କର୍ମୀ ଓ କର୍ମୀ ଭାବରେ ହିଁ କାମ କରିବାକୁ ଚାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂସଦର ଅଧି୍ବେଶନ ପରେ ସେ ବିଭିନ୍ନ ଦଳର ନେତାମାନଙ୍କୁ ଭେଟିବେ । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିବେ । ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ସହ କଥା ହୋଇଥିବା ମମତା କହିଛନ୍ତି ।

Breaking News