ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରେମରେ ବିଫଳ ହୋଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ | ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ | ବୁଧବାର ଜଣେ ଯୁବତୀ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଯୁବତୀଙ୍କୁ ଧରିଲେ ସାଧାରଣ ଲୋକେ । ସୂଚନାଯୋଗ୍ୟ ଯେ, ବୁଧବାର ଜଣେ ଯୁବତୀ କୁଆଖାଇ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କିଛି ସାଧାରଣ ଲୋକ ବାରଣ କରି ପୋଲିସକୁ ଖବର ଦେଇଥିଲେ । ଆଉ ଘଟଣାସ୍ଥଳରେ ପିସିଆର ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇ ବୁଝାସୁଝା କରିବା ପରେ ଡାକ୍ତରୀ ମାଇନା ପାଇଁ ପଠାଇଦେଇଛି । ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣଙ୍କ ଧୋକା ଦେବାପରେ ସେ ସହିଦନଗର ଥାନାରେ ଏ ସମ୍ପର୍କରେ ଜଣାଇଥିଲେ । ସେଠାରେ ପୋଲିସ କୌଣସି କଥା ନବୁଝିବାରୁ ଆତ୍ମହତ୍ୟା କରିବାକୁ ଏଭଳି ପଦକ୍ଷେପ ନେଇଥିଲେ ଯୁବତୀ ।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….