ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା ଓ କୌଶଳ ବିକାଶ ସମ୍ପର୍କିତ ନୂଆ ପଦକ୍ଷେପ ସଂପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ଓ ନୀତି ନିର୍ଦ୍ଧାରକଙ୍କୁ ସମ୍ବୋଧନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଏହାସହ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ ପଦକ୍ଷେପ ନେଇ ମଧ୍ୟ ଘୋଷଣା କରିପାରନ୍ତି ପ୍ରଧାନମନ୍ତୀ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ନେଇ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରାଯିବ। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍, ତ୍ରୈମାସିକ ଖେଳ ଭିତ୍ତିକ ଶିକ୍ଷା,ଏନ.ସି.ଇ.ଆର୍.ଟି ଦ୍ୱାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ବିତ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିବେ। ଏହାସହ ନ୍ୟାସନାଲ ଡିଜିଟାଲ ଏଜୁକେସନ୍ ଆର୍କିଟେକଚର ଏବଂ ନ୍ୟାସନାଲ ଏଜୁକେସନ୍ ଟେକ୍ନୋଲୋଜି ଫୋରମ ନେଇ ଘୋଷଣା କରାଯିବ। ସୂଚନାଯୋଗ୍ୟ, ଏକବିଂଶ ଶତାବ୍ଦୀରେ ଏହା ହେଉଛି ପ୍ରଥମ ଶିକ୍ଷାନୀତି, ଯାହାକି ୧୯୮୬ ମସିହାର ପୁରୁଣା ଶିକ୍ଷାନୀତି ବଦଳରେ ଗ୍ରହଣ କରାଯାଇଛି।






More Stories
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ….
ଆଜି ଇସ୍ତଫା ଦେବେ ନୀତିଶ କୁମାର…..