ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୫୭୮ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩ ଜଣ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରାମିତଙ୍କ ସଂଖ୍ୟା ୯୭୭୨୬୮ ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୬୩୮୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୪୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୦୨୨୬୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଅନୁଗୁଳରୁ ୪୭, ବାଲେଶ୍ୱର ୭୮, ବରଗଡ ୯, ଭଦ୍ରକ ୫୨, ବଲାଙ୍ଗିର ୮, ବଉଦ ୪, କଟକ ୨୧୨, ଦେବଗଡରୁ ୮ ଚିହ୍ନଟ ହୋଇଛନ୍ତି। ସେହିଭଳି ଢେଙ୍କାନାଳରୁ ୧୯, ଗଜପତି ୧୪, ଗଞ୍ଜାମ ୨, ଜଗତସିଂହପୁର ୧୧୩, ଯାଜପୁର ୭୭, ଝାରସୁଗୁଡା ୨, କଳାହାଣ୍ଡି ୧, କନ୍ଧମାଳ ୧୭, କେନ୍ଦ୍ରାପଡା ୫୧, କେନ୍ଦୁଝର ୧୭, ଖୋର୍ଦ୍ଧା ୪୩୬, ମାଲକାନଗିରି ୧୧, ମୟୁରଭଞ୍ଜ ୪୧, ନବରଙ୍ଗପୁର ୧୬, ନୟାଗଡ ୫୩, ପୁରୀ ୧୦୯, ରାୟଗଡା ୧୪, ସମ୍ବଲପୁର ୧୮, ସୋନପୁର ୧୨, ସୁନ୍ଦରଗଡ ୨୯ ଓ ଷ୍ଟେଟପୁଲରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୧୬୩୮୪ ସକ୍ରିୟ ସଂକ୍ରମିତ ରହିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..