ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଅଗଷ୍ଟରେ ଅନଲକ୍ ଗାଇଡଲାଇନ୍ ଓ କୋଭିଡ୍ କଟକଣା ଭିତରେ ଚିଡିଆଖାନା ଖୋଲିଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ କରାଯାଉଛି । ଭିତରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଗୁରୁତ୍ୱ । ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନ ଆସିବା ମନା । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାରକୁ ଅନୁମତି ନାହିଁ । ବୋଟିଂକୁ ବି ବର୍ତ୍ତମାନ ବାରଣ କରାଯାଇଛି । ସେହିପରି ସଫାରୀ ଖୋଲିବାକୁ ଅନୁମତି ମିଳିନି । ଆଜିଠାରୁ ବଟାନିକାଲ ଗାର୍ଡେନ ବୁଲିବାକୁ ଅନୁମତି ବି ଦିଆଯାଇଛି । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..