Report Card Odisha

| Daily Odia News

ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିଆଯିବ NCC ତାଲିମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ସମସ୍ତ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମିଳିବ ଏନସିସି ତାଲିମ | ସେନା ତଥା ଅନ୍ୟାନ୍ୟ ସୁରକ୍ଷା ବାହିନୀ ପ୍ରତି ଯୁବକ ଯୁବତୀଙ୍କ ଆଗ୍ରହ ବଢାଇବା ପାଇଁ କେନ୍ଦ୍ର ସରକାର ଏନସିସି (ନ୍ୟାସନାଲ କ୍ୟାଡେଟ୍ କର୍ପସ) ତାଲିମ ଦେବାକୁ ପ୍ରସ୍ତୁତ ହେଉଛନ୍ତି | ଶିକ୍ଷା ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିଛନ୍ତି | ଆଉ ପ୍ରାଥମିକ ପର୍ଯାୟରେ ସମସ୍ତ କେନ୍ଦ୍ରୀୟ ଏବଂ ନବୋଦୟ ବିଦ୍ୟାଳୟରେ ଏହା ଆରମ୍ଭ ହେବ | ସେହିପରି ଏନସିସି ଟ୍ରେନିଂ କିଭଳି ଆଦିବାସୀ ବହୁଳ ଶିକ୍ଷାନୁଷ୍ଠାନରେ ଦିଆଯିବ ସେଥିପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟରେ ଏନସିସି ୱିଙ୍ଗର ସମ୍ପ୍ରସାରଣ ଯୋଜନା ନୂତନ ଜାତୀୟ ଶିକ୍ଷା ନୀତିର ସୁପାରିଶ ପରେ ପ୍ରସ୍ତୁତ କରାଯାଇଛି | ଯେଉଁଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟର ମଧ୍ୟ ସହାୟତା ନିଆଯାଇଛି | ଏନସିସି ଟ୍ରେନିଂ ଦ୍ୱାରା ଛାତ୍ରମାନଙ୍କ ପ୍ରତିଭା ଚିହ୍ନଟ ସହ ଏହା ଦ୍ୱାରା ଛାତ୍ରଛାତ୍ରୀ ସେନା ଏବଂ ସୁରକ୍ଷା ବାହିନୀ ସହିତ ନିଜର କ୍ୟାରିୟରରେ ଉନ୍ନତି ଆଣିବାରେ ସକ୍ଷମ ହେବେ। ସୂତ୍ର ଅନୁଯାୟୀ, ଶିକ୍ଷା ମନ୍ତ୍ରାଳୟ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟରେ ଏହି ତାଲିମ ଆରମ୍ଭ ହେବ। ଏହା ସହିତ ରାଜ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ଯେଉଁ ସ୍କୁଲମାନଙ୍କରେ ଏନସିସି ତାଲିମର କୌଣସି ସୁବିଧା ନାହିଁ, ତାହାର ତାଲିକା ପ୍ରସ୍ତୁତ କରାଯାଉଛି |

 

Breaking News