ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟର ଗାଇଡଲଇନ୍ସ ଅନୁସାରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ପାଠପଢା ପାଇଁ ସ୍କୁଲ ଖୋଲି ସାରିଛି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରରିପେକ୍ଷୀରେ ଆସନ୍ତା ୯ ତାରିଖରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍ଲାଇନ୍ କ୍ଲାସ । କଲେଜ୍ ଓ ବିଶ୍ବବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସରକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନିର୍ଦ୍ଦେଶ ମୁତାବକ କୋଭିଡ ଗାଇଡଲାଇନ୍ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ବବିଦ୍ୟାଳୟର ପାଠପଢ଼ା ହେବ । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ମାନିବାକୁ କୁହାଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……